NEW DELHI, INDIA SEPTEMBER 03: Bharatiya Janata Party (BJP) member of parliament Dharmendra Pradhan takes the oath during the swearing-in ceremony of new ministers at the Presidential Palace in New Delhi.(Photo by Pankaj Nangia/India Today Group/Getty Images)
ଭୁବନେଶ୍ୱର,୩୦।୫(ବ୍ୟୁରୋ)-ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଧର୍ମେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ମଧ୍ୟ ମନ୍ତ୍ରୀ ହୋଇଥିଲେ। ୨୦୧୪ରେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ପାଇଥିବା ଧର୍ମେନ୍ଦ୍ରଙ୍କ ପରବର୍ତ୍ତୀ ସମୟରେ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ହୋଇଥିଲା।
ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇ ସାରିଛନ୍ତି। ଚଳିତ ଥର ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିପାରେ ବୋଲି କୁହାଯାଉଛି।