Categories: ଜାତୀୟ

କ୍ୟାବିନେଟ ବୈଠକରେ ମୋବାଇଲ ଫୋନ୍‌ ବାରଣ କଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧।୬: ଏଥର ଅଫିସିଆଲ୍‌ ମିଟିଙ୍ଗ ସହ କ୍ୟାବିନେଟ ବୈଠକରେ କୌଣସି ମନ୍ତ୍ରୀ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ନାହିଁ ବୋଲି ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ମନ୍ତ୍ରୀମାନେ ମୋବାଇଲର ହ୍ବାଟସ୍‌ ଆପ୍‌ ମେସେଜରେ ବ୍ୟସ୍ତ ରହୁଥିବା ଦେଖାଯାଉଛି। ତେଣୁ କୌଣସି ଆଲୋଚନାକୁ ସେମାନେ ଗୁରୁତର ସହ ନେଉ ନାହାଁନ୍ତି ବୋଲି ଦେଖାଯାଉଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share