Advertisement
Categories: ଜାତୀୟ

କ୍ୟାବିନେଟ ବୈଠକରେ ଯୋଗଦେଲେନି ସିଦ୍ଧୁ

ଅମୃତସର, ୬।୬: ଭାଜପା ଛାଡି କଂଗ୍ରେସ ଯୋଗ ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ପଞ୍ଜାବ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ସିଦ୍ଧୁ ଖୋଲାଖୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଡକାଇଥିବା କ୍ୟାବିନେଟ ବୈଠକରେ ଯୋଗଦେଇନାହାନ୍ତି ସିଦ୍ଧୁ। ସେ କହିଛନ୍ତି କଂଗ୍ରେସର କିଛି ଲୋକ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି। କଂଗ୍ରେସ ପରାଜୟରେ ମୋତେ ଦୋଷ ଲଦିବା ଠିକ୍‌ ନୁହେଁ। ଏହା କଂଗ୍ରେସ ଦଳର ପରାଜୟ। ଏଥିରେ ଦଳର ସବୁ ନେତା ଏବଂ ମନ୍ତ୍ରୀ ଦାୟୀ। ମୋତେ କାହିଁକି ଏକା ଟାର୍ଗେଟ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗତକିଛିଦିନ ତଳେ ଅମରିନ୍ଦର ସିଂହ ରାଜ୍ୟରେ କଂଗ୍ରେସ ପରାଜୟ ପାଇଁ ସିଦ୍ଧୁଙ୍କୁ ଦାୟୀ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share