Advertisement

କ୍ୟାମେରାକୁ ଦେଖି ଚିଡ଼ିଗଲେ ତୈମୁର, ଲୋକେ କହୁଛନ୍ତି, ‘ବେବୋଙ୍କଠାରୁ ଶିଖିଛନ୍ତି’

ବମ୍ବେ: କ୍ୟାମେରା ଫ୍ରେଣ୍ଡଲୀ କରିନା କପୁର ଖାଁ ଓରଫ ବେବୋଙ୍କ ପୁଅ ତୈମୁର। କ୍ୟାମେରା ଦେଖିଲେ ସେ ଭଳିକି ଭଳି ପୋଜ୍‌ ଦେଇଥାନ୍ତି। ପିଲାଦିନୁ ତାଙ୍କର ରହିଆସିଛି ଏଭଳି ଅଭ୍ୟାସ। ସୋସିଆଲ ମିଡିଆରେ ତାଙ୍କର ବିଭିନ୍ନ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ଏବେ ଚାରିଆଡେ କରୋନାକୁ ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଅଭିନେତା/ଅଭିନେତ୍ରୀମାନେ ଘରେ ରହୁଛନ୍ତି। ହେଲେ ନିକଟରେ ତୈମୁରଙ୍କୁ ବାପା ସୈଫଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କ୍ୟାମେରାକୁ ଦେଖି ଚିଡ଼ାଇବା ଭଳି ପୋଜ୍‌ ଦେଇଥିଲେ, ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି। ଏଭଳି କରିବା ସେ ବେବୋଙ୍କଠାରୁ ଶିଖିଥିବା ଅନେକେ କହୁଛନ୍ତି।

ଏହାପଛରେ କାରଣ ମଧ୍ୟ ରହିଛି। ନିକଟ ଅତୀତରେ ଇନ୍‌ଷ୍ଟାରେ ଡେବ୍ୟୁ କରିଛନ୍ତି କରିନା। ଦୁଇ ଦିନ ତଳେ ଆକାଉଣ୍ଟରେ ସେ ନିଜର ପିଲାଦିନ ଫଟୋ ଶେୟାର କରି କରୋନାଠାରୁ ନିଜକୁ ରକ୍ଷା କରିବାର ଉପାୟ କହିଥିବା ଦେଖାଯାଇଛି। ହେଲେ ଏହି ଫଟୋକୁ ତୈମୁରଙ୍କ ଫଟୋ ସହ ଯୋଡ଼ାଯାଉଛି। କିଛି ଲୋକ ମା’ଙ୍କ ଭଳି ତୈମୁର ମଧ୍ୟ ଦିଶୁଥିବା କହୁଛନ୍ତି।

ବାସ୍ତବରେ ଯଦି ଦେଖାଯାଏ ତେବେ ତୈମୁର ବାପା ସୈଫଙ୍କ ଅବିକଳ ନକଲ ହୋଇଛନ୍ତି। ପିଲାଦିନେ ସୈଫ ଯେପରି ଦେଖାଯାଉଥିଲେ, ତୈମୁର ମଧ୍ୟ ସେଭଳି ଲାଗୁଛନ୍ତି। ହଠାତ ଉଭୟଙ୍କ ଫଟୋକୁ ଏକାସାଙ୍ଗରେ ଦେଖିଲେ ଯେ କେହି କଥାକୁ ଠଉରାଇ ନ ପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share