ରବିବାର ରାତିରେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଫିଲ୍ମ ନିର୍ମାତା ଆରତି ସେଟ୍ଟୀଙ୍କ ମୁମ୍ବାଇସ୍ଥିତ ଘରେ ପହଞ୍ଚିଥିଲେ। ଦୁଇଜଣ ଅଲଗା ଅଲଗା କାର୍ରେ ଯାଇଥିଲେ ସତ କିନ୍ତୁ ଫଟୋଗ୍ରାଫରଙ୍କ ନଜରରୁ ଖସି ପାରି ନ ଥିଲେ। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ରିପୋର୍ଟ ଅନୁସାରେ, ଏହି ଦୁଇଜଣ ଖୁବ୍ଶୀଘ୍ର ଏକ ନୂଆ ପ୍ରୋଜେକ୍ଟରେ ଏକାଠି ନଜର ଆସିବେ। ଏହି କାରଣରୁ ଆରତିଙ୍କ ଘରକୁ ଯାଇଥିବା ଶୁଣିବାକୁ ମିଳୁଛି। ଭିକି ଏକ ବ୍ଲାକ୍ ଟି ଶାର୍ଟ ସହିତ ନେଭି ବ୍ଲୁ କଲରର କ୍ୟାପ୍ ପିନ୍ଧିଥିଲେ। ସେହିପରି କ୍ୟାଟ୍ରିନା ଏକ ପିଙ୍କ୍ କଲରର ଫ୍ଲୋରାଲ୍ ପ୍ରିଣ୍ଟ୍ ଡ୍ରେସ୍ ପିନ୍ଧି କ୍ୟାମେରାକୁ ଦେଖି ହାତ ହଲାଉଥିବା ଫଟୋରେ ଦେଖିବାକୁ ମିଳିଛି।
ହରଲିନ୍ ସେଟ୍ଟୀଙ୍କଠାରୁ ବ୍ରେକ୍ଅପ୍ ହେବା ପରେ ଭିକିଙ୍କ ନାମ କ୍ୟାଟ୍ରିନାଙ୍କ ସହ ଯୋଡ଼ା ଯାଉଛି। ଏମିତିରେ ବି କରଣ ଜୋହରଙ୍କ ଟକ୍ ଶୋ’ରେ ଯେତେବେଳେ କ୍ୟାଟ୍ରିନାଙ୍କୁ ପଚରାଯାଇଥିଲା କେଉଁ ନୂଆ ହିରୋଙ୍କ ସହ କାମ କରିବାକୁ ଚାହିଁବେ। ସେ ସଙ୍ଗେ ସଙ୍ଗେ ଭିକିଙ୍କ ନାଁ ନେଇଥିଲେ।