କ୍ୟାରିୟରକୁ ନେଇ ଏମିତି କହିଲେ ବାଣୀ କପୁର

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ୨୦୧୩ ମସିହାରେ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଜରିଆରେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପରେ ବେଫିକ୍‌ରେ, ବ୍ଲକବଷ୍ଟର୍‌, ୱାର୍‌ ଭଳି ଫିଲ୍ମରେ ନଜର ଆସିଥିଲେ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକି’ରେ ଜଣେ କିନ୍ନର ଥଭୂମିକା କରି ସେ ଖୁବ ପ୍ରଶଂସିତ ହୋଇଥିଲେ ।
ଏକ ସାକ୍ଷାତକାରରେ ବାଣୀ କହିଛନ୍ତି ‘ମୋ କାମରେ ମୁଁ ବିବିଧତା ଉପରେ ଫୋକସ କରେ । ଯେତେବେଳେ ପଛକୁ ଚାହେଁ, ଜଣେ କଳାକାର ଭାବେ ମୋର ଯୋଗଦାନ ଅଛି ବୋଲି ଅନୁଭବ କରେ । ଅନେକ କ୍ଷେତ୍ରରେ କାମ କରିବାରେ ମୁଁ ସକ୍ଷମ ମଧ୍ୟ ହୋଇଛି । ବେଫିକ୍‌ରେ ୱାର୍‌ ଭଳି ଭଳି ଫିଲ୍ମରେ ତାଙ୍କ ଚରିତ୍ରକୁ ଗ୍ଲାମରସ ରୂପେ ବିବେଚନା କରାଯାଇଛି । କିନ୍ତୁ ବାଣୀଙ୍କ ପାଇଁ ତାହା ଅଭିନୟ ପ୍ରକ୍ରିୟାର ଅଂଶବିଶେଷ । ତାଙ୍କ ମତରେ, ଏହା ଆଦୌ ନୁହେଁ ଯେ ଗ୍ଲାମର୍‌ ନ ଥିବା କାମରେ ହିଁ ଅଭିନୟ ଓ ପ୍ରଦର୍ଶନ ଥାଏ । ଅନ୍ୟମାନେ କେବଳ ଆସୁଛନ୍ତି ଆଉ ଡ୍ୟାନ୍ସ କରି ଚାଲିଯାଉଛନ୍ତି ।

Share