ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନା ପୂର୍ବତନ ବୟଫ୍ରେଣ୍ଡ୍ ରଣବୀର କପୁରଙ୍କ ସମ୍ପର୍କ ବିଷୟରେ ଖୋଲିଖୋଲି ମନ୍ତବ୍ୟ ଦେଇଛନ୍ତି। ସେ ଏହି ବିଷୟରେ ରଣବୀର କପୁରଙ୍କୁ ଇସାରା କରି କହିଛନ୍ତି- ଏମିତି ଏକ ସମୟ ଥିଲା ଯେ ମୁଁ ମୋ କାମ ଉପରେ କମ୍ ଧ୍ୟାନ ଦେଇ ଅଧିକ ମୋ ସମ୍ପର୍କ ଉପରେ ଦେଉଥିଲି। ମତେ ଏମିତି କରିବାକୁ ଭଲ ମଧ୍ୟ ଲାଗୁଥିଲା। ଏସବୁ କରୁଥିବାରୁ ମୋର କୌଣସି ଅବଶୋଷ ନ ଥିଲା ବୋଲି କ୍ୟାଟ୍ରିନା କହିଛନ୍ତି ସେ ଅଭିନୟ କରିଥିବା ରାଜନୀତି, ଜିନ୍ଦେଗି ନା ମିଲେଗି ଦୋବାରା ଏବଂ ନ୍ୟୁୟର୍କରେ ତାଙ୍କୁ ଭିନ୍ନ ଧରଣର ଅଭିନୟ ପସନ୍ଦ ଆସିଥିବା ସେ କହିଛନ୍ତି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଗଢ଼ି ଉଠିଥିବା ରଣବୀର-କ୍ୟାଟ୍ରିନା ସମ୍ପର୍କ ଛିନ୍ନ ହୋଇଥିବା ଲୋକଲୋଚନକୁ ଆସିଥିଲା।