‘କ୍ୟୁଆର-ଏସଏଏମ୍‌’ କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୦।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆର୍‌ଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା) ପକ୍ଷରୁ ଆଇଟିଆର୍‌ (ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ) ୩ ନମ୍ବର ଲଞ୍ଚପ୍ୟାଡ୍‌ରେ ସ୍ବଳ୍ପ ଦୂରଗାମୀ ‘କ୍ୟୁଆର୍‌-ଏସ୍‌ଏଏମ୍‌’ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଗୁରୁବାର ଅପରାହ୍ନ ୪ଟା ୨୦ମିନିଟ୍‌ରେ ଏକ ଟ୍ରକ୍‌ରେ ଲାଗିଥିବା କାନିଷ୍ଟରରୁ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହା ଭାରତୀୟ ଆକାଶରେ ବିନା ଅନୁମତିରେ ପ୍ରବେଶ କରୁଥିବା ଶତ୍ରୁପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ ଅବିଳମ୍ବେ ଧ୍ୱଂସ କରିପାରିବ। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ରାଡ଼ାର, ଟ୍ୟାଙ୍କ, ବଙ୍କର ଆଦିକୁ ଧ୍ୱଂସ କରିବାର କ୍ଷମତା ରଖିଛି।