କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର(ସମନ୍ବିତ ପରୀକ୍ଷଣ କେନ୍ଦ୍ର) ପରିସର ୩ ନମ୍ବର ଲଞ୍ଚପ୍ୟାଡରୁ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ସ୍ବଳ୍ପ ଦୂରଗାମୀ କ୍ୟୁଆର-ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏକ ଟ୍ରକ୍‌ରେ ଲାଗିଥିବା କାନିଷ୍ଟରରୁ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୩୦ କି.ମି. ବୋଲି ଡିଆରଡିଓ (ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା)ପକ୍ଷରୁ କୁହାଯାଇଛି। ଏହା ଭାରତର ଆକାଶ ସୀମାକୁ ସୁରକ୍ଷା ଦେବ। ଭାରତୀୟ ଆକାଶରେ ବିନା ଅନୁମତିରେ ପ୍ରବେଶ କରୁଥିବା ଶତ୍ରୁପକ୍ଷର ବିମାନ ଓ କ୍ଷେପଣାସ୍ତ୍ରକୁ ଏହା ଅବିଳମ୍ବେ ଧ୍ୱଂସ କରିଦେବ। ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ରାଡ଼ାର, ଟ୍ୟାଙ୍କ, ବଙ୍କର ଆଦିକୁ ଧ୍ୱଂସ କରିବାର କ୍ଷମତା ରଖିଛି ବୋଲି ଡିଆର୍‌ଡିଓ ପକ୍ଷରୁ ସୂଚନା ମିଳିଛି।

Share