କ୍ୱାରସମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍‌ (କୁଇକ୍‌ ରିଆକସନ୍‌ ସର୍ଫେସ୍‌-ଟୁ-ଏୟାର ମିଜାଇଲ୍‌)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି ପରୀକ୍ଷଣ କରାଯାଇଛି। ଏହୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହା ଭୂପୃଷ୍ଠରୁ ଆକାଶକୁ କ୍ଷେପଣ କରାଯାଇପାରିବ। ପୂର୍ବରୁ ୨୦୧୬ ଫେବୃୟାରୀ ୨୬ ଏବଂ ୨୦୧୭ ଜୁନ୍‌ ୪ରେ ଏହାର ସଫଳ ପରୀକ୍ଷଣ ହୋଇଥିଲା। ତୃତୀୟ ଥର ପାଇଁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଥିବା ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି।

Share