କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଘରୁ ଅଳିଆ ଉଠାଇବାକୁ ଗଲା ସ୍ବତନ୍ତ୍ର ଟିମ୍‌

ନୂଆଦିଲ୍ଲୀ,୯।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା କେଜରିଓ୍ବାଲ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏବେ ଦିଲ୍ଲୀରେ ଯେଉଁ ପରିବାର କ୍ୱାରାଣ୍ଟାଇନରେ ରହିଛନ୍ତି ସେମାନଙ୍କ ଘରର ଅଳିଆ ଉଠାଇବାକୁ ପୂର୍ବ ଦିଲ୍ଲୀ ନଗର ନିଗମ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। କରୋନା ଭାଇରସର ସଂକ୍ରମଣକୁ ଦେଖି ଏହି ଟିମ୍‌ରେ ଥିବା ସଫେଇ କର୍ମଚାରୀମାନେ ପର୍ସନାଲ ପ୍ରୋଟେକ୍ସନ ଇକ୍ୱିବମେଣ୍ଟ(ପିପିଇ)ପିନ୍ଧି ଅଳିଆ ଉଠାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୯ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୨୬ ହେଉଛନ୍ତି ମରକଜର।

Share