Categories: ଭଦ୍ରକ

କ୍ୱାରାଣ୍ଟାଇନରେ ରହିଲେ ୨୬୩ ପ୍ରବାସୀ

ବନ୍ତ,୧୪।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ବୁଧବାର ସୁଦ୍ଧା ୨୬୩ ଜଣ ପ୍ରବାସୀ ପହଞ୍ଚିଛନ୍ତି। ସୋମବାର ସୁଦ୍ଧା ୧୫୧ ଜଣ ଫେରିଥିବାବେଳେ ଗତ ଦୁଇ ଦିନ ମଧ୍ୟରେ ୧୧୨ ଜଣ ଫେରିଛନ୍ତି। ସମସ୍ତ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ତେବେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରାୟ ୮୪୪୧ ଜଣ ପ୍ରବାସୀ ନିଜ ଘରକୁ ଫେରିବା ପାଇଁ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।