ଭଦ୍ରକ ଅଫିସ,୨୩।୩-ଅନ୍ୟ ରାଜ୍ୟ ଓ ଦେଶରୁ ୧୧୧ଜଣ ଭଦ୍ରକ ଜିଲାକୁ ଆସିଥିବାବେଳେ ରାଜ୍ୟ ସରକାରଙ୍କ ଟୋଲଫ୍ରି ନମ୍ବର ମାଧ୍ୟମରେ ସେମାନେ ପଞ୍ଜୀକୃତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ରବିବାର ସୁଦ୍ଧା ୮୮ ଜଣ ଘରୋଇ କ୍ବାରାଣ୍ଟାଇନରେ ରହିଥିବା ଜଣାପଡ଼ିଛି। ତେବେ ଜଣେ ମଧ୍ୟ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯାଇ ନ ଥିବାରୁ ରକ୍ତ ପରୀକ୍ଷା କରାଯାଇ ନାହିଁ। ସୋମବାର ଘରୋଇ ଭଡ଼ା ଗାଡ଼ି ସେବା ବନ୍ଦ କରାଯିବ। କଳାବଜାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ବତନ୍ତ୍ର ବୈଠକ କରାଯାଇ ସ୍କ୍ବାଡ୍‌ ଗଠନ କରାଯିବ ବୋଲି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

Share