କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି। ତେବେ ୫୦ ହଜାର ୮୯୨ଲୋକ କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଇଛନ୍ତି। ପ୍ରତିଲୋକଙ୍କୁ ୧୬ ହଜାର ୭୬୭ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି। ଏନେଇ ସରକାର ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସମ୍ପୃକ୍ତ ବ୍ୟକ୍ତିମାନେ ସରକାରୀ କଟକଣା ଏବଂ ନିୟମର ଉଲ୍ଲଂଘନ କରିଥିବାରୁ ସେମାନଙ୍କ ଉପରେ ଏଭଳି ଦଣ୍ଡାଦେଶ କରାଯାଇଛି।

Share