ମଦୁରାଇ,୨୮।୩: ତାମିଲନାଡୁ ଥେନି ଜିଲାରେ ଜଣେ ୩୪ ବର୍ଷ ବୟସ୍କ ଯୁବକ କ୍ୱାରାଣ୍ଟାଇନରୁ ଖସିଯାଇଛନ୍ତି। ଉକ୍ତ ଯୁବକ ଜଣଙ୍କ ଶ୍ରୀଲଙ୍କାରୁ ଫେରିବା ପରେ ତାଙ୍କ ଘରେ କ୍ୱାରାଣ୍ଟାଇନ୍ରେ ରହିଥିଲେ। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଉଲଗ୍ନ ଅବସ୍ଥାରେ ଘରୁ ଉଠି ବାହାରକୁ ଚାଲିଯାଇଥିଲେ। ଏହି ସମୟରେ ତାଙ୍କ ଘର ବାହାରେ ଶୋଇଥିବା ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କହିଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିବା ବେଳେ ପୋଲିସ କହିଛି ସେ ମାନସିକ ବିକାରଗ୍ରସ୍ତ ଥିବାରୁ ଏଭଳି କାର୍ଯ୍ୟ କରିଥାଇ ପାରନ୍ତି। ତେବେ ବୃଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିବା ସମୟରେ ତାଙ୍କର ଚିତ୍କାର ଶୁଣି ପାଖ ପଡୋଶୀ ରୁଣ୍ଡ ହୋଇ ତାଙ୍କୁ ଉଦ୍ଧାର କରିଥିବା ବେଳେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।