କ୍ୱାରାଣ୍ଟାଇନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି

ଅହମଦାବାଦ୍‌,୧୫।୪: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ କଂଗ୍ରେସ ବିଧାୟକ ଇମରାନ୍‌ ଖୋଡଓ୍ବୋଲାଙ୍କ ନମୁନା ରିପୋର୍ଟ କରୋନା ପଜେଟିଭ୍‌ ଆସିବା ପରେ ରୁପାନି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରୁପାନି ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ବିଧାୟକ ଇମରାନ୍‌ ଭେଟିଥିଲେ। ମଙ୍ଗଳବାର ଇମରାନ୍‌ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ବୁଧବାର ରୁପାନିଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଏବେ ରୁପାନି ସୁସ୍ଥ ରହିଥିବା କୁହାଯାଉଛି।

Share