ରାଜନଗର,୩୦ା୪(ଡି.ଏନ୍.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ ଚାଲିଆସିଥିଲେ। ପୋଲିସ ସେମାନଙ୍କୁ ଧରି ଗୁରୁବାର ତାଳଚୁଆ ପଞ୍ଚାୟତ ନୋଡାଲ ଅଫିସର ବିଜୟ କୁମାର ସେଠୀଙ୍କୁ ହସ୍ତାନ୍ତର କରିଛି। ସମସ୍ତଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଏମାନେ ସମସ୍ତେ ପଶ୍ଚିବଙ୍ଗର। ସେମାନେ ବୋଟ୍ ଯୋଗେ ରାତିରେ ଆସି ଏଠାରେ ପହଞ୍ଚିଥିଲେ। ଖବର ପାଇ ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ଶ୍ରୀକାନ୍ତ ବାରିକ ସେମାନଙ୍କୁ ଧରିଥିଲେ।