Categories: ଖେଳ

କ୍ୱାରାଣ୍ଟାଇନ୍‌ରେ ରୋନାଲ୍‌ଡୋ

ମିଲାନ, ୬ା୫ (ଏଏଫ୍‌ପି)-ଓ୍ବେଲ୍ସ ଇଣ୍ଟରନ୍ୟାଶନାଲ ଆରୋନ୍‌ ରାମ୍‌ସେ ପ୍ରଥମ ଜୁଭେଣ୍ଟସ ଖେଳାଳି ଭାବେ ଟ୍ରେନିଂ ପାଇଁ ତୁରିନ୍‌ ସ୍ଥିତ ଟିମ୍‌ର ସ୍ପୋଟର୍‌ସ ସେଣ୍ଟରକୁ ଆସିଛନ୍ତି। ଅନ୍ୟପକ୍ଷରେ ଇଟାଲୀକୁ ଫେରିବା ପରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଦୁଇ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ଅଛନ୍ତି। କରୋନା ଭାଇରସ୍‌ ଯୋଗୁ ଲକ୍‌ଡାଉନ୍‌ ପାଇଁ ପର୍ତ୍ତୁଗାଲରେ ଦୁଇ ମାସ ପାଖାପାଖି ଅଟକି ରହଥିଲେ। ସୋମବାର ଏକ ପ୍ରାଇଭେଟ୍‌ ଜେଟ ଯୋଗେ ସେ ନର୍ଦର୍ନ ଇଟାଲିକୁ ଫେରିଛନ୍ତି। ପର୍ତ୍ତୁଗାଲ ଜାତୀୟ ଦଳର ଅଧିନାୟକ ରୋନାଲ୍‌ଡୋ ସିରି ଏ’ ଟିମ୍‌ ଜୁଭେଣ୍ଟସ୍‌ର ଫରଓ୍ବାର୍ଡ ପୋଜିଶନରେ ଖେଳିଥାନ୍ତି। ମିଡ୍‌ଫିଲ୍ଡର ରାମ୍‌ସେ ୧୧ ବର୍ଷ ଧରି ଆର୍ସେନାଲ ସହିତ ଖେଳିବା ପରେ ଏହି ସିଜନରେ ଜୁଭେଣ୍ଟସ ଦଳରେ ଯୋଗ ଦେଇଛନ୍ତି। ମାର୍ଚ୍ଚ ୧୦ରେ ଚାମ୍ପିୟନଶିପ୍‌କୁ ସସ୍‌ପେଣ୍ଡ ରଖାଯିବା ପୂର୍ବରୁ ରୁଦ୍ଧଦ୍ୱାରରେ ଇଣ୍ଟରମିଲାନ ବିପକ୍ଷ ମ୍ୟାଚ ଖେଳାଯାଇଥିଲା। ଏଥିରେ ସେ ଜୁଭେଣ୍ଟସରେ ଯୋଗଦେବା ପରଠାରୁ ତାଙ୍କର ଚତୁର୍ଥ ଗୋଲ ସ୍କୋର କରିଥିଲେ।

Share