କ୍ୱାରାଣ୍ଟାଇନ୍‌ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍‌ ସରକାର !

ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି। ସଂକ୍ରମିତଙ୍କୁ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ରଖାଯାଉଛି। କରୋନା ସଂକ୍ରମଣ ରୋକିବା ପାଇଁ ଫିଲିପାଇନ୍ସ୍‌ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ୱାରାଣ୍ଟାଇନ୍‌ରେ ସହଯୋଗ କରୁ ନ ଥିବା ଏବଂ ହିଂସକ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗୁଳି କରିବାକୁ ରାଷ୍ଟ୍ରପତି ରୋଡ୍ରିଗୋ ଡୁର୍ଟେଟ୍‌ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ ୨,୩୧୧ ଜଣ ସଂକ୍ରମିତ ହୋଇଥିବାବେଳେ ୯୬ ଲୋକଙ୍କ ମୃତ୍ୟୁ ଘଟିଛି।

Share