କ୍ୱାରାଣ୍ଟାଇନ୍‌ ଅବଧି ପରେ ପ୍ରବାସୀଙ୍କୁ ମିଳିବ କର୍ମନିଯୁକ୍ତି

ଛତ୍ରପୁର,୨୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲାକୁ ଅନ୍ୟ ରାଜ୍ୟରୁ ପ୍ରବାସୀଙ୍କ ଆସିବା ଜାରି ରହିଛ। ଜିଲାକୁ ଫେରିବାପରେ ସେମାନଙ୍କୁ ବିଭିନ୍ନ ପଞ୍ଚାୟତ ଓ ସହରାଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। ଅପରପକ୍ଷରେ ଏମାନଙ୍କ କ୍ୱାରାଣ୍ଟାଇନ୍‌ ଅବଧି ସରିବାପରେ କର୍ମ ନିଯୁକ୍ତି ଚିନ୍ତା ରହିବ। ଏଥିଲାଗି ପ୍ରଶାସନ ପକ୍ଷରୁ କର୍ମନିଯୁକ୍ତି ବ୍ୟବସ୍ଥା କରାଯାଇଛି ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଏମାନେ ଚାହିଁଲେ କାମକରି ରୋଜଗାରକ୍ଷମ ହୋଇପାରିବେ ା ଯାହାର ଏହି ଯୋଜନାରେ ଜବ୍‌କାର୍ଡ ନାହିଁ ସେମାନଙ୍କୁ ପ୍ରଦାନ ପାଇଁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା ଏଥିସହ ଉକ୍ତ ଯୋଜନାରେ କାମ ଯୋଗାଇ ଦେବାକୁ କୁହାଯାଇଛି ା କୋଭିଡ୍‌-୧୯ବେଳେ ଏମ୍‌ଜିଏନ୍‌ଆରଇଜିଏସ୍‌ର ବଳିଷ୍ଠ ଭୂମିକା ରହିଛି ା ବିଶେଷକରି ଗଞ୍ଜାମ ଜିଲାକୁ ଫେରିଥିବା ପ୍ରବାସୀଙ୍କୁ ଏଥିରେ କର୍ମ ନିଯୁକ୍ତି ମିଳିବ ା ଉକ୍ତ ଯୋଜନାରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇ କାମ ଏବେ ସମସ୍ତ ପଞ୍ଚାୟତରେ ଚାଲିଥିବା ଡିଆରଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯୋଜନାରେ ପୋଖରୀ ଉନ୍ନତୀକରଣ, କେନାଲ ରାସ୍ତା, ଜମି ସମତଳ, ଖେଳପଡିଆ, ଆଦର୍ଶ ଗୁହାଳ, ଜଳ ସଂରକ୍ଷଣ, ଆଦର୍ଶ ପୋଖରୀ, ଗଭୀର କୂପ ଓ ଫାର୍ମ ପୋଖରୀ ଆଦି ଚାଲିଥିବା ଦେଖିବାକୁ ମଳିଛି ା ଅପରପକ୍ଷରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ପାଳନ କରି ଏହି କାମ କରିବା ବେଳେ ଶ୍ରମିକମାନେ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି ା ବ୍ଲକ ଓ ପଞ୍ଚାୟତ ପକ୍ଷରୁ ଏହାର ମନିଟରିଂ କରାଯାଉଛି ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଧ୍ୟ କେତେକ ଏହି ଯୋଜନାରେ କାମ କରିବା ପାଇଁ ଜବ୍‌କାର୍ଡ ପଞ୍ଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ା

Share