Advertisement

କ୍ୱାରାଣ୍ଟାଇନ୍‌ କେନ୍ଦ୍ର ବୁଲି ଦେଖିଲେ ଆରକ୍ଷୀ ଉପ ମହାନିର୍ଦ୍ଦେଶକ

ପଟ୍ଟାଙ୍ଗି,୪ା୫(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟର ଲୋକେ ଓ ଛାତ୍ରୀଛାତ୍ର ଅନ୍ୟ ରାଜ୍ୟରେ ଫସିରହିଛନ୍ତି। ଏବେ ଏମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିକ୍ରମରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ଆନ୍ଧ୍ର ସୀମାନ୍ତ ସୁଙ୍କି ପଞ୍ଚାୟତକୁ ଜିଲାସ୍ତରର ଅଧିକାରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଆରକ୍ଷୀ ଉପ ମହାନିର୍ଦ୍ଦେଶକ ସଫିନ. ଅହମ୍ମଦ କେ ଏବଂ ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୋ ଏହି ପଞ୍ଚାୟତକୁ ଗସ୍ତ କରି ପ୍ରବାସୀ ଓଡ଼ିଆଙ୍କ ରହିବା ପାଇଁ ଏମ୍‌ଇ ସ୍କୁଲ ପରିସରରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ର ବୁଲି ଦେଖିଥିଲେ। ଏହା ସହିତ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନାଲିସା ଦେବତା, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଏବଂ ସରପଞ୍ଚ ସୀମାଦ୍ରି ଜାନିଙ୍କ ସହ ଆଲୋଚନା କରିଥିଲେ। ପରେ ମହକୁମାରେ ନୂତନ ଥାନା ପାଇଁ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟସ୍ଥଳୀକୁ ଗସ୍ତ କରି ଉକ୍ତ ସ୍ଥାନର ସ୍ଥିତିକୁ ଅନୁଧ୍ୟାନ କରି ଜିଲା ସଦର ମହକୁମା ଅଭିମୁଖେ ଫେରିଯାଇଥିଲେ। ଏହି ଗସ୍ତ ସମୟରେ ସୁନାବେଡା ଏସ୍‌ଡିପିଓ ନିରଞ୍ଜନ ବେହେରା, ଥାନା ଅଧିକାରୀ ବିଜୟ ରାଜ ମାଝି, ଭାସ୍କର ଗୋମାଙ୍ଗ, ତିଲକ ଖେମୁଣ୍ଡୁ, ଦିବାକର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share