କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଫେରୁଥିବା ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ୍‌

ଶେରଗଡ଼,୩୧ା୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଢ଼ିଙ୍କିଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ସୌମ୍ୟରଞ୍ଜନ ଗୌଡ଼ କାମସାରି ଶନିବାର ରାତି ପ୍ରାୟ ୯ଟାରେ ଫେରୁଥିଲେ। ବିଜୟ ରଘୁନାଥପୁର ଗ୍ରାମ ଛକରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ମୋବାଇଲ, ଏଟିଏମ୍‌ କାର୍ଡ, ୧୦୫୦ଟଙ୍କା ଲୁଟି ନେଇଛନ୍ତି। ସୌମ୍ୟରଞ୍ଜନ ଶେରଗଡ଼ ଥାନାରେ ରବିବାର ଏତଲା ଦେବାସହ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କୁ ଅବଗତ କରାଇଛନ୍ତି। ଶେରଗଡ଼ ଥାନାରେ ଏକ ଚୋରି ମାମଲା ରୁଜୁ ହୋଇଛି। କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସୌମ୍ୟରଞ୍ଜନ ଶେରଗଡ଼ ବିଡ଼ିଓ ଓ ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Share