କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସ୍ବାସ୍ଥ୍ୟକର୍ମୀ ତାଲିମ, ବ୍ୟାୟାମ, ଯୋଗ ଶିକ୍ଷା: ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରଦାନ କରାଯାଉଛି । କ୍ୱାରାଣ୍ଟାଇନ ଅବଧି ସରିବା ପରେ ଉକ୍ତ ତାଲିମପ୍ରାପ୍ତ ପ୍ରବାସୀ ଶ୍ରମିକମାନେ କରୋନା ମୁକାବିଲାରେ ସାମିଲ ହୋଇ କମ୍ୟୁନିଟି ସ୍ବାସ୍ଥ୍ୟ ଅଧିକାରୀ ଭାବେ କାମ କରିବେ। ଏଥିସହ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟ ବ୍ୟାୟାମ, ଯୋଗ କରୁଛନ୍ତି। ଏହାଦ୍ୱାରା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବ। ଏଥିସହ କରୋନା ଯୁଦ୍ଧରେ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି। ଏଥିପାଇଁ ସେ ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କରିଛନ୍ତି।

Share