ବିହାରର ଏକ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକଙ୍କ ଖାଦ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଜଳଖିଆରେ ୪୦ଟି ରୁଟି କିମ୍ବା ୨୫ଟି ଇଡ୍ଲୀ ଖାଉଛନ୍ତି। ଏହି ଯୁବକଙ୍କ ନାମ ଅନୁପ ଓଝା। ତାଙ୍କୁ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡିଛି। ସେ ଏକୁଟିଆ ୧୦ ଜଣଙ୍କ ଖାଦ୍ୟ ଖାଉଛନ୍ତି। ଅନୁପ ନିଜ ଭୋଜନକୁ ନେଇ ସେଠାରେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ପ୍ରଥମେ ତାଙ୍କ ଭୋଜନ ଦେଖି କ୍ୱାରାଣ୍ଟାଇନ୍ ସେଣ୍ଟରରେ ଖାଦ୍ୟ ଅଭାବ ପଡୁଥିଲା। କିନ୍ତୁ ପରେ ତାଙ୍କ ପାଇଁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। କ୍ୱାରାଣ୍ଟାଇନ୍ ସେଣ୍ଟରରେ ତାଙ୍କୁ କୁମ୍ଭକର୍ଣ୍ଣ ବୋଲି ଡାକୁଛନ୍ତି। ସୂଚନାଯୋଗ୍ୟ, ଅନୁପ ଚାକିରି ସନ୍ଧାନରେ ରାଜସ୍ଥାନ ଯାଇଥିଲେ। ଲକ୍ଡାଉନ୍ ଯୋଗୁ ପୁଣି ନିଜ ରାଜ୍ୟକୁ ଫେରି ୧୪ ଦିନିଆ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି।