କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣା: ୬ ଜଣଙ୍କ ନାମରେ ମାମଲା ରୁଜୁ

ଭଦ୍ରକ ଅଫିସ,୪ା୫: ତିହିଡ଼ି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣାରେ ସରପଞ୍ଚଙ୍କ ଏତଲା ଆଧାରରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ତିହିଡ଼ି ଥାନା ଭାଟପଡ଼ା କ୍ୱାରାଣ୍ଟାଇନ ସେଣ୍ଟରରେ ରହି ସାମାଜିକ ଦୂରତା ନିୟମ ନ ମାନି ଟିକ୍‌ଟକ୍‌ କରୁଥିଲେ। କେସ୍‌ ନମ୍ବର ୧୭୨ /୨୦ ଧାରା ୧୮୮ / ୨୬୯ / ୨୭୦ ଆଇପିସି ଓ ୫୧ ଡିଏମ୍‌ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଭଦ୍ରକ ଏସ୍‌ପି।