କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଗାୟତ୍ରୀ ମନ୍ତ୍ର ଜପ କଲେ ଯୁବକ: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଜଣାଇଲେ ବିଡିଓ

ଭଦ୍ରକ ଅଫିସ,୬ା୫: ଭଦ୍ରକ ଜିଲା ତିହିଡ଼ି ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ଭଳି ଲଜ୍ଜାଜନକ ଘଟଣା ଘଟିଥିବା ଓ ଥାନାରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ଭଳି ଘଟଣା ଘଟିଥିଲା। କିନ୍ତୁ ଏବେ ଧାମନଗର ଅସୁରାଳିସ୍ଥିତ ଏକ ଇଞ୍ଜିନିୟରିଂ କଲେଜ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୮ ଜଣ ସୁରଟ ଫେରନ୍ତା ଯୁବକ ସନ୍ଧ୍ୟାରେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସବୁ ବାହାର ଫେରନ୍ତା ଖଳ ପ୍ରକୃତିର ନୁହନ୍ତି ବୋଲି ପ୍ରମାଣିତ କରି ଦେଖାଇଛନ୍ତି। ଏହିଭଳି ଏକ ଘଟଣାକୁ ନେଇ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ସୂଚନା ଦେଇ ଯୁବକମାନଙ୍କୁ ଶୁଭକାମନା ଜଣାଇଛନ୍ତି।