କ୍ୱାରାଣ୍ଟାଇନ୍‌ ହାଉସ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କରୋନା ଭାଇରସ୍‌ରୁ ରକ୍ଷାପାଇବା ପାଇଁ ଏବେ ଅନେକେଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି। କିନ୍ତୁ କ୍ୱାରାଣ୍ଟାଇନ୍‌ ହାଉସ୍‌ ନାଁରେ ଏବେ ଏକ ଚ୍ୟାଲେଞ୍ଜ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏକଥା ଶୁଣି ଲୋକେ ଅବଶ୍ୟ ହଠାତ୍‌ ଆଶ୍ଚର୍ଯ୍ୟ ହୋଇ ପଡୁଛନ୍ତି। କିନ୍ତୁ ପ୍ରକୃତରେ ଏହା ହେଉଛି ଏକ ପ୍ରକାରର ଅନ୍‌ଲାଇନ୍‌ ଗେମ୍‌।
ଏହି ଅନ୍‌ଲାଇନ୍‌ ଖେଳର ନାଁ ରହିଛି ‘ଚୁଜ୍‌ ଇୟୋର କ୍ୱାରାଣ୍ଟାଇନ୍‌ ହାଉସ୍‌’। ଏହି ଖେଳର ନିୟମ ଅନୁସାରେ ଜଣେ ଅନ୍ୟଜଣଙ୍କୁ ଗୋଟିଏ ଘର ନେବା ପାଇଁ ଚାଲେଞ୍ଜ କରିବ ଏବଂ କେଉଁ ଆଧାରରେ କାହା ପାଇଁ କ୍ୱାରାଣ୍ଟାଇନ୍‌ ଘର ନେବାକୁ ହେବ, ସେନେଇ ତଥ୍ୟ ରଖିବାକୁ ପଡ଼ିବ। କେବଳ ମଜା କରିବା ଉଦେଶ୍ୟରେ ଅନ୍‌ଲାଇନ୍‌ରେ ଏଭଳି ଏକ ଗେମ୍‌ ଆରମ୍ଭ ହୋଇଛି। ମଜା କଥା ହେଉଛି ଏହି ଗେମ୍‌ରେ ଏବେ ବହୁ ସେଲିବ୍ରିଟି ମଧ୍ୟ ଯୋଡ଼ି ହୋଇଛନ୍ତି। କିଏ ନିଜ ପାଇଁ ତଥା ନିଜ ସମ୍ପର୍କୀୟଙ୍କ ପାଇଁ ଅଧିକ କ୍ୱାରାଣ୍ଟାଇନ୍‌ ହାଉସ ନେବାକୁ ଚାହୁଁଛନ୍ତି ତ ପୁଣି କିଏ ରାପର୍‌ମାନଙ୍କ ପାଇଁ ଏହି ଘର ନେବାକୁ ଇଛା କରିଛନ୍ତି। ତେବେ ଲୋକଙ୍କର ମଜାଳିଆ ଉତ୍ତର ଖେଳକୁ ବେଶ୍‌ ଆନନ୍ଦଦାୟକ କରିପାରୁଛି।

Share