Categories: କଟକ

କ୍ୱାରାଣ୍ଟାଇନ କେନ୍ଦ୍ରରେ ଯୋଗ ଶିଖାଉଛନ୍ତି ଶୁଭେନ୍ଦୁ

ଚୌଦ୍ୱାର,୨୯ା୫(ଡି.ଏନ୍‌.ଏ)-ପୌରପାଳିକା ତରଫରୁ ଚୌଦ୍ୱାର କଲେଜ ମହିଳା ଛାତ୍ରୀ ନିବାସରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ପୌରପାଳିକା ୧୭ ନଂ. ୱାର୍ଡ ନୂଆସାହିର ଶୁଭେନ୍ଦୁ ସିଂ ପ୍ରତିଦିନ ପ୍ରବାସୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି। କେନ୍ଦ୍ରରେ ଥିବା ୪୧ ଜଣ ପ୍ରବାସୀ ତାଙ୍କୁ ଅନୁସରଣ କରି ଯୋଗ କରୁଛନ୍ତି।
ସୂଚନାଯୋଗ୍ୟ, ଏହି କେନ୍ଦ୍ରରେ ଜିଲା ତଥା ରାଜ୍ୟର ୫୧ଜଣ ପ୍ରବାସୀ ରହୁଥିବାବେଳେ ବୁଧବାର ୧୦ଜଣ ପ୍ରବାସୀ ଘରକୁ ଫେରିଛନ୍ତି। ଶୁକ୍ରବାର ୧୯ଜଣ ପ୍ରବାସୀଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ନିଆଯାଇଥିବା ନିର୍ବାହୀ ଅଧିକାରୀ ପବିତ୍ର ବେହେରା ସୂଚନା ଦେଇଛନ୍ତି।