କ୍ୱାରାଣ୍ଟାଇନ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୧୦।୬: ଭଦ୍ରକ ଜିଲା ଭଦ୍ରକ ବ୍ଲକ କୋର୍କୋରା ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରାଧାଶ୍ୟାମ ପାଣି।
ମଙ୍ଗଳବାର ରାତିରେ ରାଧାଶ୍ୟାମ କାର ଯୋଗେ କୋଲକାତାରୁ ଫେରିଥିଲେ। ପରେ ତାଙ୍କୁ ନିଜ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ଖବର ପାଇ ଗ୍ରାମାଞ୍ଚଳ ପୋଲିସ ଓ ଡାକ୍ତରୀ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।