Categories: ଖେଳ

କ୍ୱାର୍ଟରଫାଇନାଲରେ ଭାରତ

ନୂଆଦିଲ୍ଲୀ, ୬।୮ (ପି.ଟି.)- ମ୍ୟାନମାରରେ ଚାଲିଥିବା ୨୩ ବର୍ଷରୁ କମ୍‌ ଏସିଆନ୍‌ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୨-୩ରେ ଥାଇଲାଣ୍ଡଠାରୁ ପରାସ୍ତ ହୋଇଥିଲା। କିନ୍ତୁ ଏଥିପୂର୍ବରୁ ଚାଇନା ଓ ନ୍ୟୁଜିଲାଣ୍ଡକୁ ହରାଇ ୩ ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ନିଜ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିବାରୁ ଭାରତ ଅନ୍ତିମ-୮ରେ ପହଞ୍ଚତ୍ବାରେ କୌଣସି ଅସୁବିଧା ହୋଇନାହିଁ। ଭାରତୀୟ ଦଳ ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବାର ସୌଭାଗ୍ୟ ଲାଭ କରିଛି। ଭାରତ ସମେତ ଏହି ଗ୍ରୁପ୍‌ରୁ ଚାଇନା ମଧ୍ୟ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି।

Share