Categories: ଖେଳ

କ୍ୱାର୍ଟରରେ ସିନ୍ଧୁ, ଲକ୍ଷ୍ୟ ଆଉଟ୍‌

ହାଇଦ୍ରାବାଦ୍‌,୧୩।୩- ଭାରତୀୟ ଷ୍ଟାର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ସମ୍ମାନଜନକ ଅଲ ଇଂଲଣ୍ଡ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ କୋରିଆର ଜି ହ୍ୟୁନ ସୁଙ୍ଗଙ୍କୁ ୨୧-୧୯, ୨୧-୧୫ ଗେମ୍‌ରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଯୁବ ଖେଳାଳି ଲକ୍ଷ୍ୟ ସେନ ଦ୍ୱିତୀୟ ସିଡ୍‌ ଡେନ୍‌ମାର୍କ ଖେଳାଳି ଭିକ୍ଟର ଆକ୍ସେସେନଙ୍କଠାରୁ ପରାସ୍ତ ହୋଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଲକ୍ଷ୍ୟ ୧୭-୨୧, ୧୮-୨୧ ସିଧାସଳଖ ଗେମ୍‌ରେ ପରାଜୟ ବରଣ କରିଛନ୍ତି। ଏକମାତ୍ର ଭାରତୀୟ ପୁରୁଷ ଖେଳାଳି ଭାବେ ଲକ୍ଷ୍ୟ ପ୍ରଥମ ରାଉଣ୍ଡ ଅତିକ୍ରମ କରିଥିଲେ।

Share