Categories: ବାଣିଜ୍ୟ

କ୍ୱିକ୍‌ ହିଲ୍‌ ପକ୍ଷରୁ ସୁରକ୍ଷା ପଦକ୍ଷେପ

ଭୁବନେଶ୍ୱର,୧୬।୨: ଆଇଟି ସୁରକ୍ଷା ଏବଂ ଡାଟା ସଂରକ୍ଷଣ ସୁବିଧା ପ୍ରଦାନ କରୁଥିବା କମ୍ପାନୀ କ୍ୱିକ ହିଲ୍‌ ଟେକ୍ନୋଲୋଜି ପକ୍ଷରୁ ଆନୁଆଲ ଥ୍ରେଟ୍‌ ରିପୋର୍ଟ ୨୦୨୦ ପ୍ରକାଶ ପାଇଛି। ଭାରତୀୟ ଉପଭୋକ୍ତାମାନେ ଅନଲାଇନରେ ସାଇବର ଅପରାଧୀଙ୍କ ଦ୍ୱାରା ସବୁଠାରୁ ସହଜ ଉପାୟରେ ଠକେଇର ଶିକାର ହେଉଥିବା ଏହି ରିପୋର୍ଟରେ କୁହାଯାଇଛି। କ୍ୟାଲେଣ୍ଡର ବର୍ଷର ଥ୍ରେଟ ଡାଟାକୁ ନେଇ କ୍ୱିକ୍‌ ହିଲ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଛି। ୨୦୧୯ରେ ଜ୍ଞାତ ବା ଅଜ୍ଞାତରେ ଭାରତୀୟଙ୍କ ଲାଗି ଆସିଥିବା ପ୍ରାୟ ୧ ବିଲିୟନ ବିପଦକୁ କ୍ୱିକ ହିଲ ଠାବ କରିବା ସହ ଅଟକାଇ ପାରିଛି ବୋଲି କହିଛି। ଦୈନିକ ଭିତ୍ତିରେ ଏଭଳି ୨.୯ ନିୟୁତ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ଏନ୍‌ସିଆର୍‌ ଏବଂ ମହାରାଷ୍ଟ୍ରର ଗ୍ରାହକମାନେ ସବୁଠାରୁ ଅଧିକ ଟାର୍ଗେଟରେ ଏହି ସମୟରେ ରହିଛନ୍ତି। ଉଭୟ ସହରରେ ଯଥାକ୍ରମେ ୩୮ ନିୟୁତ ଏବଂ ୨୫ ନିୟୁତ ମାମଲା ସାମ୍ନାକୁ ଆସିଛି। ଅଧିକ ଅନଲାଇନ ବିପଦ ରହିଥିବା ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ, କର୍ନାଟକ ଏବଂ ଗୁଜରାଟ ରହିଛନ୍ତି। ଦିଲ୍ଲୀରେ ୨୪ ଲକ୍ଷ ଥ୍ରେଟ ମାମଲା ସାମ୍ନାକୁ ଆସିଛି। ଏହାବାଦ ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଏବଂ ପୁଣେ ଭଳି ସ୍ଥାନରେ ସାଇବର ଅପରାଧ ଘଟିବାର ଅଧିକ ସମ୍ଭାବନା ରହିଥିବା ରିପୋର୍ଟରେ କୁହାଯାଇଛି। ସାଇବର ଠକେଇ ଲାଗି ଅପରାଧୀମାନେ ଏବେ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏହା ବିରୋଧରେ ସଚେତନତା ଏବଂ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା କ୍ୱିକ ହିଲ ଟେକ୍ନୋଲୋଜିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ସିଟିଓ ସଞ୍ଜୟ କାଟକର କହିଛନ୍ତି।

Share