କ୍ୱେଟାରେ ବୋମା ବିସ୍ଫୋରଣ: ୨ ଯବାନ ଶହୀଦ

ଇସଲାମାବାଦ,୯ ।୮: ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ଅଞ୍ଚଳରେ ପୋଲିସ ଭ୍ୟାନକୁ ଟାର୍ଗେଟ କରି ରବିବାରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୨ ପୋଲିସଙ୍କ ମୃତ୍ୟୁ ହେବା ସହ ୮ ପୋଲିସ ସମେତ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବେଲୁଚିସ୍ତାନ ସରକାରଙ୍କ ପ୍ରବକ୍ତା ଲିୟାକତ ଶାହୱାନି କହିଛନ୍ତି, ପ୍ରଥମ ତଦନ୍ତରୁ ଜଣାପଡୁଛି କି ବୋମା ମୋଟର ସାଇକେଲରେ ରଖାଯାଇଥିଲା । ଶାହୱାନି କହିଛନ୍ତି ବିସ୍ଫୋରଣରେ ୨ ପୋଲିସଙ୍କ ମୃତ୍ୟୁ ହେବା ସହ ଅନ୍ୟ ୮ଜଣ ଆହତ ହୋଇଛନ୍ତି । ଏହା ପ୍ରକୃତରେ ପୋଲିସର ମୋବାଇଲ ଭ୍ୟାନକୁ ଉଡାଇ ଦେବାକୁ ଯୋଜନା କରି କରାଯାଇଥିବା କୁହାଯାଏ । ବିସ୍ଫୋରଣ ପରେ ପୋଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଜାରି ରଖିଛି ।

Share