କୟଳପଡ଼ାରେ ହାତୀ, ଲୋକେ ଭୟଭୀତ

ଚୌଦ୍ୱାର,୧୨ା୧(ଡି.ଏନ୍‌.ଏ.): ଦୀର୍ଘଦିନ ଧରି ଚୌଦ୍ୱାର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଉପଦ୍ରବ ଚଳାଇଥିଲେ। କିଛିଦିନର ନୀରବତା ପରେ ପୁଣି ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଚଷାପଡା ଗ୍ରାମର ସୁବ୍ରତ ରାଉତ ଦୋକାନ ବନ୍ଦକରି ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିବାବେଳେ ଉକ୍ତ ହାତୀ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚଷାପଡା ଘାଟ ରାସ୍ତାରେ ତାଙ୍କୁ ଗୋଡାଇଥିଲା ା ସେ ଜୀବନ ବଞ୍ଚାଇ ଘରକୁ ଫେରି ଆସିଥିଲେ ା ଶନିବାର ସକାଳେ ଉକ୍ତ ରାସ୍ତାର କୟଳପଡା ଗ୍ରାମ ନିକଟ ଶନି ମନ୍ଦିର ପାଖରେ ଥିବା ବୁଦୁବଦୁବୁକିଆ ଜଙ୍ଗଲରେ ହାତୀ ଥିବା ସ୍ଥାନୀୟ ଲୋକେ ଦେଖି ଚୌଦ୍ୱାର ବନବିଭାଗକୁ ଜଣାଇଥିଲେ। ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚିଲେ ମଧ୍ୟ ହାତୀକୁ ପାଇ ନ ଥିଲେ। ଫଳରେ ଲୋକମାନଙ୍କ ମନରେ ଭୟର ବାତାବରଣ ଲାଗିରହିଛି ା ଚୌଦ୍ୱାର ପୋଲିସ ଓ ବନବିଭାଗ କର୍ମଚାରୀ ହାତୀଟିକୁୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଥିବା ବନପାଳ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି।

Share