Advertisement

କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଲୋଚନା

କ.ନୂଆଗାଁ,୨୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ଅଧ୍ୟକ୍ଷ ଭାବେ ବଣ୍ଡଗୁଡ଼ା ସମିତିସଭ୍ୟା ସୁଲୋଚନା ଦଳବେହେରା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବୁଧବାର ହୋଇଥିବା ଉପନିର୍ବାଚନରେ ସୁଲୋଚନା ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ବିଡିଓ ନରେଶ ଚନ୍ଦ୍ର ଶବର କହିଛନ୍ତି।

ପୂର୍ବରୁ ଅଧ୍ୟକ୍ଷ ଥିବା ଚକ୍ରମଣି କହଁର ବାଲିିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସାମନପଡ଼ା ସମିତି ସଭ୍ୟ ଓ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦବୀ ଖାଲି ପଡ଼ିଥିବା ବେଳେ ବୁଧବାର ପଦବୀ ନିମନ୍ତେ ନିର୍ବାଚନ କରାଯାଇଥିଲା। ଏହି ନିର୍ବାଚନରେ ବ୍ଲକର ସମସ୍ତ ୧୩ଜଣ ସମିତିସଭ୍ୟ ଉପସ୍ଥିତ ଥିଲେ। ନୂତନ ଭାବେ ନିର୍ବାଚିତ ହୋଇଥିବା ସୁଲୋଚନାଙ୍କୁ ବିଧାୟକ ଚକ୍ରମଣି କହଁର, ବିଜେଡି ଜିଲା ସମ୍ପାଦକ କୃଷ୍ଣମୋହନ ପାଣିଗ୍ରାହୀ, ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡା, ରଜନୀକାନ୍ତ ସାହୁ, ଜିତେନ୍ଦ୍ର ପ୍ରଧାନ, ଭାଗ୍ୟବାନ ବେହେରା ସ୍ବାଗତ ଜଣାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share