ଖଇରା, ୬।୧୨(ଡି.ଏନ.ଏ.)-କର୍ନାଟକ ଓ ପଶ୍ଚିମବଙ୍ଗ ସିବିଆଇର ଏକ ମିଳିତ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଖଇରା ଥାନାରେ ପହଞ୍ଚିଛନ୍ତି। ୨ଜଣ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ଟିମ୍ ଖଇରାରେ ପହଞ୍ଚିବା ପରେ ଗଣ୍ଡିବେଡ ଯାଇ ସେଠାରୁ ରାଧାକ୍ରିଷ୍ଣ ଗହଣା ଦୋକାନ ମାଲିକ ଶ୍ରୀକାନ୍ତ ଜେନାଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୋକାନୀ ଜଣକ କର୍ନାଟକରୁ ଚୋରାରେ ଗହଣା ଆଣୁଥିବା ସନ୍ଦେହରେ ତାଙ୍କୁ ଥାନାରେ ପଚରାଉଚୁରା କରାଯାଉଛି। ଏ ସମ୍ପର୍କରେ କର୍ନାଟକ ସିବିଆଇ ପୋଲିସକୁ ପଚାରିବାରେ ସେମାନେ ତଦନ୍ତ ପରେ ତଥ୍ୟ ଦିଆଯିବ ବୋଲି କହିଥିଲେ। ଶ୍ରୀକାନ୍ତଙ୍କ ଘର ସୋର ଥାନା ଅଧୀନ ପିତାକାଳିଆ ଗ୍ରାମରେ।