ଖଇରାରେ ଖାଉଟି ସାମଗ୍ରୀ ବଣ୍ଟନ

ଖଇରା, ୧୩ା୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ପଞ୍ଚାୟତର ଖାଉଟି ସାମଗ୍ରୀ ସୂଚାରୁ ରୁପେ ବଣ୍ଟନ କରାଯାଇଛି। ଡିଲର ପାର୍ବତୀ ବାରିକ ପଞ୍ଚାୟତରେ ୧୧ଟି ୱାର୍ଡରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୩ ମାସର ସାମଗ୍ରୀ ବଣ୍ଟନ କରିଥିଲେ। ବଣ୍ଟନରେ ଡିଲରଙ୍କର କୌଣସି ତ୍ରୁଟି ନ ଥିବା ନେଇ ବିଭିନ୍ନ ୱାର୍ଡର ହିତାଧିକାରୀ ରାକେଶ କୁମାର ବାରିକ, ଉମାକାନ୍ତ ପାତ୍ର, ଇନ୍ଦ୍ରମଣି ସାହୁ, ପୂର୍ଣ୍ଣଚନ୍ଦ୍ର ମୁଖୀ, କୈଳାସ ଜେନା, ପଞ୍ଚୁ ଜେନା ପ୍ରମୁଖ ଜଣାଇଛନ୍ତି। ପ୍ରକାଶଥାଉ କି, ଖାଉଟି ସାମଗ୍ରୀ ବଣ୍ଟନରେ ବିଭ୍ରାଟ ହୋଇଥିବା ନେଇ କେତେକ ବ୍ୟକ୍ତି ଆପତ୍ତି ଉଠାଇଥିଲେ। ଅଧିକାରୀମାନେ ତଦାରଖରେ ଯିବା ପରେ ସାମଗ୍ରୀ ଠିକଠାକ୍‌ ଭାବେ ବଣ୍ଟନ କରାଯାଇଥିବା ଜାଣିବାକୁ ପାଇଥିଲେ।