ଖଇରାରେ ସାଧାରଣତନ୍ତ୍ର ଦିବସ

ଖଇରା,୨୬।୧(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟଗୁଡିକରେ ପ୍ରଭାତ ଫେରି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଖଇରା ଜଳସେଚନ ବିଭାଗ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ, ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ତଥା ବିଭିନ୍ନ ଦଳୀୟ କାର୍ଯ୍ୟାଳୟରେ ସଭାପତିମାନେ ପତାକା ଉତ୍ତୋଳନ କରିଥିଲେ।