Categories: ଗଞ୍ଜାମ

ଖଇର ହିଂସା ଘଟଣା, ମୁଖ୍ୟ ଅଭିଯୁକ୍ତ ଅମିତ ଗିରଫ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ଜରଡା ଥାନା ଖଇର ଗ୍ରାମରେ ଗତ ୧୪ ତାରିଖ ରାତିରେ ହିଂସା ଘଟିଥିଲା। ଗ୍ରାମରେ ଯାତ୍ରାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବୁଝାମଣା ପାଇଁ ବୈଠକ ଚାଲିଥିବାବେଳେ ଗଣ୍ଡଗୋଳ ହୋଇଥିଲା। ଏଥିରେ ୯ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଜଣେ ନାବାଳକ ପବିତ୍ର ପ୍ରଧାନ (୧୫)ଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାରବର୍ଗ ରାଜାକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ପରେ ଜରଡା ପୋଲିସ ନଂ.୮୭/୧୯ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡ ପରଦିନ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଅମିତ ପ୍ରଧାନ(୨୫)ଙ୍କୁ ଗୁରୁବାର ପୋଲିସ ଗିରଫ କରିଛି। ଅମିତ ଘଟଣା ପରଠାରୁ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ଗୁରୁବାର ବାହାରକୁ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ଧାନଘର ଓ କେଲୁଆ ମଧ୍ୟସ୍ଥଳୀରେ ଥିବା ମଇସାନପୁରଠାରେ ଜରଡା ପୋଲିସ କାବୁ କରିଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି।