ଖଟିଆରେ ବୁହା ହେଲେ ରୋଗୀ

ଠାକୁରମୁଣ୍ଡା, ୧୮।୬(ଡି.ଏନ.ଏ.)-ଖଟିଆରେ ବୁହାହେଲା ରୋଗୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତର ଅଶନବଣି ଗାଁରେ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୨ କି.ମି ରାସ୍ତା ଖାଲ ଖମା ସହିତ କାଦୁଅ ହୋଇଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହଁ।
ପ୍ରକାଶ ଯେ, ବୁଧବାର ଅପରାହ୍ନ ସମୟରେ ଗ୍ରାମର ସୀତା ମାରାଣ୍ଡି ନାମକ ଜଣେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ। ଆମ୍ବୁଲାନସ ପହଞ୍ଚିବାର ୨ କି.ମି. ପୂର୍ବରୁ ରାସ୍ତା ଖରପ ଯୋଗୁ ଯାଇ ନ ପାରି ଅଟକି ରହିଥିଲା। ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ରୋଗୀଙ୍କୁ ଏକ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସରେ ଭର୍ତ୍ତି କରିତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗାଁକୁ ରାସ୍ତା ନ ଥିବାରୁ ଦେହ ଖରାପ କିମ୍ବା ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ଖଟିଆ ଭରସା। ଏନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଟୁରା ହୋ, ପ୍ରତାପ ମହାନ୍ତ, ଶ୍ରୀରାମ ହାଂସଦା, ମାଙ୍ଗାତ ଟୁଡୁ, ଗାଲୁ ହୋ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।

Share