ଖଟୁଆକୁଦାରେ ବାସନ୍ଦଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ ଓ ପୁଅ

ଛତ୍ରପୁର,୨୦ା୩(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ରମ୍ଭା ଥାନା ଅନ୍ତର୍ଗତ ଖଟୁଆକୁଦା ଗ୍ରାମରେ ଗତ ୧୪ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ବାସନ୍ଦ କରି ରଖିଥିବା ସୁବ୍ରତ ସାହୁଙ୍କ ଉପରେ ୧୩ ରୁ ଅଧିକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ସୁବ୍ରତଙ୍କୁ ଗ୍ରାମରୁ ଦୀର୍ଘ ଦିନ ଧରି ଗ୍ରାମବାସୀ ବାସନ୍ଦ କରି ରଖିଥିଲେ। ତେବେ ପଞ୍ଚଦୋଳ ଯାତ୍ରା ଉପଲକ୍ଷେ ସୁବ୍ରତ ଗ୍ରାମକୁ ଆସିଥିବା ବେଳେ ଗ୍ରାମର କେତେଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲେ ବୋଲି ସୁବ୍ରତଙ୍କ ସ୍ତ୍ରୀ ପ୍ରମିଳା ସାହୁ ରମ୍ଭା ଥାନା ଅଧୀନ ହୁମ୍ମା ଫାଣ୍ଡିରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗକୁ ଭିତ୍ତିକରି ହୁମ୍ମା ଫାଣ୍ଡିରେ ନଂ.୧୯୬/ ୨୩ ମାମଲା ରୁଜୁ ହୋଇଥିଲା। ସୋମବର ପରିବାରର ସୁରକ୍ଷା ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗୁରୁତର ସୁବ୍ରତଙ୍କ ସ୍ତ୍ରୀ ଓ ପୁଅ ଗଞ୍ଜାମ ଏସ୍‌ପିଙ୍କୁ ଭେଟିବାକୁ ଛତ୍ରପୁର ଆସିଥିଲେ l ଏସ୍‌ପି ଅନୁପସ୍ଥିତ ଥିବାରୁ ଅତିରିକ୍ତ ଏସ୍‌ପିଙ୍କୁ ଅଭିଯୋଗ କରି ଫେରିଥିବା ଜଣାପଡ଼ିଛି l
ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫକରି ରମ୍ଭା ପୋଲିସ କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷରେ ଆହତ ସୁବ୍ରତ ସାହୁ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

Share