Categories: ଜାତୀୟ

ଖଟ୍ଟର ବିଧାୟକ ଦଳ ନେତା ନିର୍ବାଚିତ: ଦୀପାବଳିରେ ନେଇ ପାରନ୍ତି ଶପଥ

ଚଣ୍ଡିଗଡ଼,୨୬।୧୦: ହରିୟାଣାର ରାଜନୈତିକ ସ୍ଥିତି ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ଭାଜପା ନବନିର୍ବାଚିତ ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଶନିବାର ଚଣ୍ଡିଗଡ଼ରେ ଭାଜପା ନିବନିର୍ବାଚିତ ବିଧାୟକଙ୍କ ବୈଠକରେ ଏହା ସମ୍ପନ୍ନ ହୋଇଛି। ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବା ପରେ ଖଟ୍ଟର ଦୀପାବଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି। ଭାଜପା-ଜେଜେପି ରାଜନୈତିକ ରଣନୀତି ଅନୁସାରେ ଭାଜପା ମୁଖ୍ୟମନ୍ତ୍ରୀ ଡୋର ଧରିବା ବେଳେ ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯିବ ବୋଲି ଆଲୋଚନା ହେଉଛି।

Share