ଖଡ଼ଗପ୍ରସାଦରେ କୁମ୍ଭୀର ଆତଙ୍କ

ଓଡାପଡା,୧୯ା୧୧(ଡି.ଏନ.ଏ)

ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମ ବାଲିଘାଟ ନିକଟରେ କୁମ୍ଭୀର ଦେଖିଥିବା ନେଇ ଅଞ୍ଚଳବାସୀ ପ୍ରକାଶ କରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରାୟ ୬ ଫୁଟ ଲମ୍ବର କୁମ୍ଭୀରଟି ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାଲିଘାଟରେ ଏକ ପଥର ନିକଟରେ ଖରାରେ ଶୋଇଥିବା ଗ୍ରାମର ପ୍ରଶାନ୍ତ ଜେନାଙ୍କ ସମେତ ଅନ୍ୟମାନେ ଦେଖିବାକୁ ପାଇଥିବା ପ୍ରକାଶ କରିଛନ୍ତି। ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଓ ହାତୀ ସ୍କ୍ବାର୍ଡ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ କୁମ୍ଭୀରକୁ ଠାବ କରିପାରିନାହାନ୍ତି। କୁମ୍ଭୀରଟି ପାଣି ଭିତରକୁ ଚାଲି ଯାଇଥିବା ଅଞ୍ଚଳବାସୀ କହୁଥିବା ବେଳେ ପାଣି ଭିତରେ ଖୋଜାଖୋଜି ହୋଇନାହିଁ। ଏହାକୁ ନେଇ ଖଡଗପ୍ରସାଦ ଗ୍ରାମ ସମେତ ଉପର ଓ ତଳମୁଣ୍ଡ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପଚରାଯିବାରେ କହିଛନ୍ତି, ଗ୍ରାମବାସୀଙ୍କଠାରୁ ଖବରପାଇ ବିଭାଗୀୟ କର୍ମଚାରୀଙ୍କ ସହ ସେଠାକୁ ପଠାଇଥିଲୁ। କୁମ୍ଭୀରକୁ ଠାବ କରାଯାଇପାରିନାହିଁ। ଯଦି ପୁଣିଥରେ ଦେଖିବାକୁ ମିଳେ ତାହେଲେ ଖୋଜିବା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

Share