ଖଡିଆଳ, ବୋଡେନ ଓ ସିନାପାଲିରେ ସ୍ବାସ୍ଥ୍ୟ ସମସ୍ୟା ବେହାଲ

ନୂଆପଡା ଅଫିସ,୨୨ା୯
ନୂଆପଡା ଜିଲାର ଖଡିଆଳ, ବୋଡେନ ଏବଂ ସିନାପାଲି ବ୍ଲକ ଅଞ୍ଚଳରେ ସରକାରୀ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ମୁକ୍ତ ଚିକିତ୍ସା ବ୍ୟବସ୍ଥା କରୁଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଏହା ଉପରେ ଲୋକେ ବାରମ୍ବାର ଅଧିକାରୀ, ନେତାମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ଜିଲା ଦଳିତ ଅଧିକାର ମଞ୍ଚ ନୂଆପଡା ଆସି ଜିଲାପାଲଙ୍କୁ ଭେଟି ଏହାର ସମାଧାନ ପାଇଁ ଜଣାଇଛନ୍ତି ।
ଶନିବାର ଅପରାହ୍ନରେ ଦଳିତ ଅଧିକାର ମଞ୍ଚର ଜିଲା ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ନୂଆପଡା ଆସି ଜିଲାପାଳଙ୍କୁ ଭେଟିଥିଲେ। ତାଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାବିପତ୍ର ଅନୁଯାୟୀ ଖଡିଆଳ ସରକାରୀ ହସ୍ପିଟାଲ ଜିଲାର ଏକ ବଡ ହସ୍ପିଟାଲ । ଏହା ଉପରେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏଠାରେ ମୋଟ ୫ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨ଜଣ ଡାକ୍ତର । ବ୍ଲଡ ବ୍ୟାଙ୍କ, ଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ଡିଜିଟାଲ ଏକ୍ସରେ ବ୍ୟବସ୍ଥା ନ ଥିବାବେଳେ ଚକ୍ଷୁ ବିଭାଗ, ଶଲ୍ୟ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଏହିଭଳି ସିନାପାଲି ଏବଂ ବୋଡେନ ହସ୍ପିଟାଲରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । ବିଭିନ୍ନ ସମୟରେ ଡାକ୍ତରଖାନାଗୁଡିକରେ ଗରିବ ଗର୍ଭବତୀମାନେ ଛୁଆ ଜନ୍ମ କରିବାକୁ ଲାଞ୍ଚ ଦେଇ ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଖଡିଆଳ ନିକଟସ୍ଥ ଚନାବେଡାଠାରେ ଏକ ବୃହତ ହସ୍ପିଟାଲ ବିଲଡିଂ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ ବହୁ ବର୍ଷ ପରେ ମଧ୍ୟ ତାହା ଶେଷ ହୋଇପାରୁନାହିଁ । ବିଭିନ୍ନ କାରଣକୁ ନେଇ ଅଟକି ରହିଛି । ଏହା ଉପରେ ପ୍ରଶାସନ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବା ଜରୁରୀ ହୋଇପଡିଛ। ଜିଲାପାଳ ଏସବୁ ଉପରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ମଞ୍ଚ ଦାବି କରିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାଇ ଦିଆଯାଇଛି । ଏହା ଉପରେ ପ୍ରଶାସନ କିପରି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜନସାଧାରଣଙ୍କୁ ବନ୍ୟପ୍ରାଣୀ ପିସିସିଏଫଙ୍କ ଆହ୍ଵାନ, ‘ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ’

ଭୁବନେଶ୍ୱର,୨୦।୧୧: ନୂଆପଡ଼ା ଜିଲାରେ କଲରାପତରିଆ ବାଘକୁ ଫାଶରେ ଧରି ରାନ୍ଧିଣ ଖାଇବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିକାରୀମାନେ ବାରହା ଧରିବାକୁ ଜାଲ...

ଏହି ୩ କାରଣ ଯୋଗୁ ହାରିଲା ବିଜେଡି: ନିଜ ଦଳର ଗୁମର ଖୋଲିଲେ ବିଧାୟକ

ଭୁବନେଶ୍ୱର,୯।୧୧: ଗତ ନିର୍ବାଚନରେ ଦଳର ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜୁ ଢୋଲକିଆ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି।...

ଅଘଟଣ ଘଟାଇବା ପାଇଁ କରୁଥିଲେ ଉଦ୍ୟମ, ଯବାନଙ୍କୁ ଦେଖି…

ନୂଆପଡ଼ା,୨ା୧୧(ମକାରୁ ବେମାଲ): ନୂଆପଡ଼ା ପୋଲିସ ଓ ଏସ୍‌ଓଜି ଯବାନଙ୍କ ମିଳିତ କୋମ୍ବିଂ ବେଳେ ଶନିବାର ଏକ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ଏହି ସମୟରେ ମାଓବାଦୀମାନେ...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଖେଳ ସରିବାକୁ ଆଉ ଥିଲା ଅଢେଇ ମିନିଟ୍‌: କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି

ନୂଆପଡ଼ା,୧୪।୧୦।( ମକାରୁ ବେମାଲ): ଖେଳ ସରିବାକୁ ଅଢ଼େଇ ମିନିଟ୍‌ ଥିଲା। କେଇଟା ମୁହୁତ୍ତର୍ତ୍ତ ପରେ ବିଜୟ ସ୍ୱାଦ ଚାଖି ଥାଆନ୍ତେ। ଆଉ ପୁରସ୍କୃତ ହୋଇଥାଆନ୍ତେ। ହେଲେ...

ଗୁଳିମାଡ଼ରେ ଚାଲିଗଲା ଫାଷ୍ଟଫୁଡ୍‌ ଦୋକାନୀଙ୍କ ଜୀବନ

ସିନାପାଲି, ୧୧।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା କାପସି ବରଗଛ ଛକଠାରେ ଗତ ରବିବାର ରାତିରେ ଫାଷ୍ଟଫୁଡ ଦୋକାନୀ ନିଲାମ୍ବର ମେହେରଙ୍କୁ ଗୁଳିମାଡ଼ ହୋଇଥିଲା।...

ଶିଶୁପୁତ୍ରକୁ ପାଣିରେ ବୁଡ଼ାଇ ମାରିଲେ ବାପା

ନୂଆପଡ଼ା,୯ା୧୦ ( ମକାରୁ ବେମାଲ):ନୂଆପଡ଼ା ଜିଲା ବୋଡ଼େନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୨ବର୍ଷର ଶିଶୁପୁତ୍ରକୁ ବାପା ପାଣିରେ...

ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri