ଖଡିଆଳ ସ୍ବୟଂଶାସିତ କଲେଜ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୭୮.୭୧ %

ଖଡିଆଳ,୩୧।୫(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ସ୍ବୟଂଶାସିତ କଲେଜର ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ହୋଇଛି । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କ୍ଷେତ୍ରୀୟ ନିର୍ଦ୍ଦେଶକ ମାନସରଞ୍ଜନ ପୂଜାରୀ ଉପସ୍ଥିତ ରହି ପରୀକ୍ଷା ଫଳକୁ ଉନ୍ମୋଚିତ କରିଥିଲେ । ଉଭୟ ଯୁକ୍ତ ୩ ଶେଷ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩୭୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପାସ୍‌ହାର ୭୮.୭୧ ପ୍ରତିଶତ ରହିଥିବା ବେଳେ ୨୯୨ ଜଣ ପରୀକ୍ଷାର୍ଥୀ ଉତ୍ତିର୍ଣ୍ଣ ଏବଂ ୭୯ ଜଣ ପରୀକ୍ଷାର୍ଥୀ ଫେଲ ହୋଇଥିବା ଜଣାପଡିଛି ।
କଲେଜ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଳାରେ ୨୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୪.୨୭ ପ୍ରତିଶତ ପାସ ହାରରେ ୧୫୩ ଜଣ ପରୀକ୍ଷାର୍ଥୀ ପାସ ହୋଇଥିବା ବେଳେ ୫୩ ଜଣ ଫେଲ ହୋଇଥିବା ଜଣାପଡିଛି । ବାଣିଜ୍ୟରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୦.୮୩ ପ୍ରତିଶତ ପାସ ହାରରେ ୧୦୯ ଜଣ ପାସ ହୋଇଥିବା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଫେଲ ହୋଇଥିବା ଜଣାପଡିଛି। ସେହିପରି ବାଣିଜ୍ୟରେ ୪୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶତକଡା ୬୬.୬୭ ପାସ ହାରରେ ୩୦ ଜଣ ପାସ ହୋଇଥିବା ବେଳେ ୧୫ଜଣ ଫେଲ ହୋଇଥିବା ଜଣାପଡିଛି ।