ଖଡିବାହାଳି ଗାଁରେ ହାତୀ ଆତଙ୍କ: ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକଙ୍କ ଦାବି

କେନ୍ଦୁଝର, ୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଖଡିବାହାଳି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତ ୫ ଦିନ ହେଲା ସନ୍ଧ୍ୟା ହେଲେ ଗାଁକୁ ହାତୀପଲ ମାଡ଼ି ଆସୁଛନ୍ତି। ଫସଲ ସବୁ ଦଳିକୁଦି ନଷ୍ଟ କରିବା ସହ ବାଡିବଗିଚା ଓ ଗ୍ରାମ ନିକଟ ଜଙ୍ଗଲରେ ଗଛପତ୍ର ମଧ୍ୟ ହାତୀପଲ ଖାଇ ଦେଉଛନ୍ତି। ଫଳରେ ଲୋକେ ଆଉ ଘରୁ ବାହାରକୁ ବାହାରୁ ନାହାନ୍ତି । ଭୟରେ ଜଙ୍ଗଲକୁ ଯାଇ ନ ପାରିବାରୁ ଜୀବନଜୀବିକା ସଙ୍କଟରେ ଥିବାରୁ ଚିନ୍ତାରେ ଅଛନ୍ତି। ବନ ବିଭାଗ ଶୀଘ୍ର ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।