ଖଣିଆ ପୋଲ ନିମ୍ନମାନର ଅଭିଯୋଗ: ତଦନ୍ତ କଲେ ଏସ୍‌କ୍ୟୁଏମ୍‌

ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ତୁଡିଗଡିଆ -ଡଗରପଡା ଆରଡି ରାସ୍ତାର ଖଣିଆ ନିକଟରେ ପୋଲ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ରାଜ୍ୟ ମାନ ଯାଞ୍ଚ(ଷ୍ଟେଟ କ୍ୱାଲିଟି ମନିଟର) ଅଧିକାରୀଙ୍କ ଦ୍ୱାରା ଶୁକ୍ରବାର ତଦନ୍ତ କରାଯାଇଛି। ଅଧିକାରୀ ରମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ପୋଲ ନିକଟକୁ ଯାଇ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟର ମାନ ପରୀକ୍ଷା କରିଥିଲେ। ତଦନ୍ତ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠଯନ୍ତ୍ରୀ ସପନ ଜେନାଙ୍କ ସମେତ ମାର୍କୋଣା ଡିଭିଜନର କର୍ମଚାରୀମାନେ ଉପସ୍ଥିତ ଥିଲେ ା ଅଧିକାରୀଙ୍କ ନିକଟରେ ସ୍ଥାନୀୟ ଗ୍ରାମବାସୀ ଠିକାଦାରଙ୍କ ଦ୍ୱାରା ହୋଇଥିବା ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ପୁନର୍ବାର ଅଭିଯୋଗ କରିଥିଲେ ା
ଉଲ୍ଲେଖଯୋଗ୍ୟ, ଏହି ସ୍ଥାନରେ ଥିବା ପୁରୁଣା ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ ପାଇଁ ଆନୁମାନିକ ୫୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଠିକାଦାର ନୂଆ ପୋଲ କରିବା ବଦଳରେ ପୁରୁଣା ପୋଲକୁ ସମ୍ପ୍ରସାରଣ କରି ଅର୍ଥ ହରିଲୁଟ ପାଇଁ ଉଦ୍ୟମ କରିଥିଲେ। ଏଭଳି କାର୍ଯ୍ୟ ପ୍ରତିବାଦରେ ଏପ୍ରିଲ ୫ତାରିଖରେ ଡାଲଙ୍ଗ, ଖଣିଆ, ଜଳଦା ଆଦି ଗ୍ରାମର ଅଧିବାସୀମାନେ କାର୍ଯ୍ୟକୁ ବନ୍ଦ କରିଥିଲେ।

Share