ଖଣିଜ ସାମ୍ପଲିଂ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏସ୍‌ଜିଏସ୍‌ ଖଣିଜ ସାମ୍ପଲିଂ କାରଖାନା କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଚୋରି ହୋଇଥିବା ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନାନୁଯାୟୀ, ଉକ୍ତ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ୩୦ଟି ଟାଟା ଆଜ୍‌ବେଷ୍ଟସ୍‌ ସିଟ୍‌ ଶୁକ୍ରବାର ରାତ୍ରି ସମୟରେ ଚୋରି ହୋଇଯାଇଥିବା ପରଦିନ ସକାଳ ସମୟରେ କମ୍ପାନୀ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏନେଇ କମ୍ପାନୀ ପକ୍ଷରୁ ଶନିବାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସେଦିନ ରାତ୍ରିରେ ଦୁଇଜଣ ଘରୋଇ ସୁରକ୍ଷା କର୍ମୀ କାର୍ଯ୍ୟାଳୟରେ ନିୟୋଜିତ ଥିବା ବେଳେ ଏହି ଚୋରି କେମିତି ହେଲା, ସେ ନେଇ ପୋଲିସ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି।

Share