ଖଣି ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲାର ଖଣିଖାଦାନ ଭରା ଯୋଡା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ରାହକ ହଇରାଣ ହେଉଛନ୍ତି। ଯୋଡା ସହରରେ ଥିବା ପରିବା ବଜାରକୁ ପରିବା ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର, ଟାଟା, ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର, ଝାଡଗା୍ରମ୍‌ ପ୍ରଭୃତି ଅଞ୍ଚଳରୁ ବେପାରୀମାନେ ଆଣିଥାନ୍ତି॥ ଏତଦବ୍ୟତୀତ ଚମ୍ପୁଆ , ଭଣ୍ଡା, ପର୍ସଳା, ରିମୁଳି, ଝୁମ୍ପୁରା, କଣ୍ଡରା, ଚମକପୁର, ଗୋବିନ୍ଦପୁର, ନାରଦପୁର ପ୍ରଭୃତି ପାଖ ଅଞ୍ଚଳରୁ ପରିବା ଯୋଡା ବଜାରକୁ ଚାଷୀମାନେ ମଧ୍ୟ ଆଣି ବ୍ୟବସାୟ କରିଥାନ୍ତି। ଗୁରୁବାର ଯୋଡା ପରିବା ବଜାରରୁ ହସ୍ତଗତ ହୋଇଥିବା ପରିବା ମୂଲ୍ୟ ଏପରି ରହିଛି। ପୋଟଳ କେଜି ୮୦ଟଙ୍କା ବିକ୍ରି କରାଯାଉଥିବାବେଳେ ଗାଜର ୮୦, ବିନ୍‌ସ୍‌ ୮୦, ବାଇଗଣ ୬୦, ଭେଣ୍ଡି ୬୦, ବିଲାତି ୬୦ , କାଙ୍କଡ ୬୦, କଞ୍ଚା କଦଳୀ ଗୋଟା ୧୦ ଟଙ୍କା ଏବଂ ସଜନା ଛୁଇଁ କିଲୋ ୩ଶହ ଟଙ୍କା ରହିଛି। ଆଳୁ ୨୦, ପିଆଜ ୭୦ ଟଙ୍କା ରହିଛି ା ପରିବା କିଣୁଥିବା ଖାଉଟି ଦୁଖବନ୍ଧୁ ଦେହୁରୀ , ସୋମନାଥ ମହାନ୍ତି ମନିନ୍ଦ୍ର ସୁନ୍ଦର ବାରିକ , ମହିଳା ପୁଷ୍ପାଞ୍ଜଳୀ ବେହେରା ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗ୍ରାମାଞ୍ଚଳରୁ ବ୍ୟବସାୟ ପାଇଁ ଆସୁଥିବା ପରିବା ଚାଷୀମାନେ ଅନ୍ୟ ବାହାର ବ୍ୟବସାୟୀ ମାନଙ୍କର ଚଢା ଦର ଦେଖି ପରିବା ଦର ବୃଦ୍ଧି କରୁଛନ୍ତି। ଯାହାଫଳରେ କି , ସାଧାରଣ ଲୋକଙ୍କୁ ବିଶେଷ ଭାବରେ ଚଡକ ପଡିଛି ା ପିଆଜ ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ହେଁ ସରକାର ଏହାକୁ ନିୟନ୍ତ୍ରଣ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ା ଏ ସମ୍ପର୍କରେ ଯୋଡା ବ୍ଲକ କୃଷୀ ବିଭାଗର ବାମେବାରୀ ସହକାରୀ କୃଷୀ ଅଧିକାରୀ ପ୍ରଫୁଲ କୁମାର ପ୍ରଧାନ କହିଛନ୍ତି ଯେ, ବର୍ଷାର ଅନିୟମିତା ଯୋଗୁ ପରିବା ଚାଷ ଉପରେ ବ୍ୟାପକ ପ୍ରଭାବ ପଡିଛି ା

Share