ଖଣି କର୍ମଚାରୀଙ୍କ ଉପରେ ଆକ୍ରମଣ: ୩୭ ମୃତ

ଓ୍ବାଗାଡୁଗୁ,୮-୧୧(ଏଏଫ୍‌ପି):ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜେହାଦୀ ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କୁହାଯାଉଛି। ସେଠାରେ ଥିବା କାନାଡା ଖଣି କମ୍ପାନୀ କର୍ମଚାରୀମାନେ ଯାଉଥିବା ବସ୍‌ ଉପରେ ଆକ୍ରମଣ ହୋଇଥିଲା। ସାମାଫୋ ଖଣି କମ୍ପାନୀର କର୍ମଚାରୀ, ଠିକାଦାର ଓ ଯୋଗାଣକାରୀ ୫ଟି ବସ୍‌ରେ ଯାଉଥିଲାବେଳେ ସଶସ୍ତ୍ର ଜେହାଦୀମାନେ ଆକ୍ରମଣ କରିଥିଲେ। ୨୦୧୫ରୁ ଏଠାରେ ଜେହାଦି ବିଦ୍ରୋହରେ ଶହ ଶହ ଲୋକ ପ୍ରାଣ ହରାଇଲେଣି।

Share